ଦିନକରେ ଦେଶରେ କରୋନା ଟିକା ନେଲେ ୨୩ ଲକ୍ଷ ୯୭ ହଜାର ୧୯୧

ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ଆଜି ଦେଶର ୩୨ ହଜାର ୫୭୩ଟି ଘରୋଇ ଏବଂ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୩ ଲକ୍ଷ ୯୭ ହଜାର ୧୯୧ ଜଣଙ୍କୁ ଟିକା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୯୮ ଲକ୍ଷ ୯୯ ହଜାର ୫୭୪ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୬୮ ଲକ୍ଷ ୩ ହଜାର ୮୬୫ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି। ୧ କୋଟି ୫୭ ଲକ୍ଷ ୬୩ ହଜାର ୮୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୮୫ ଲକ୍ଷ ୫୬ ହଜାର ୭୧୯ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୬୦ ବର୍ଷରୁ ଊର୍ଦ୍ଧ୍ବ ୫ କୋଟି ୯୧ ଲକ୍ଷ ୫୫ ହଜାର ୭୮୦ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧ କୋଟି ୮୮ଲକ୍ଷ ୭୦ ହଜାର ୯୮ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି।

ସେହିପରି ୧୮ରୁ ୪୪ ବର୍ଷ ମଧ୍ୟରେ ୨ କୋଟି ୧୩ ଲକ୍ଷ ୭୩ ହଜାର ୯୬୫ ଜଣ ପ୍ରଥମ ଡୋଜ୍‍ ଏବଂ ୩୯ ହଜାର ୪୪୩ ଜଣ ଦ୍ୱିତୀୟ ଡୋଜ୍‍ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ମଧ୍ୟରେ ୬ କୋଟି ୭୨ ଲକ୍ଷ ୧୯ ହଜାର ୯୫ ଜଣ ପ୍ରଥମ ଡୋଜ୍‍ ଏବଂ ୧ କୋଟି ୮ ଲକ୍ଷ ୬୫ ହଜାର ୪୬ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି।

Comments are closed.