ଓଡିଶାରେ କରୋନା : ଆଉ ନୂଆ ଆକ୍ରାନ୍ତ ୧ ହଜାର ୭୧୨

ଭୁୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୧ ହଜାର ୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୩୨୩, ସଙ୍ଗରୋଧରୁ ୯୯୭ ଓ ସ୍ଥାନୀୟ ୭୧୫ ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୧୫,୨୩କୁ ବୃଦ୍ଧି ପାଇଛି । ୧,୨୪,୫୦,୨୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭,୬୪୭ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି ।
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୭୯, ବାଲେଶ୍ୱର ୫୪, ବରଗଡ ୧୭, ଭଦ୍ରକ ୨୨, ବଲାଙ୍ଗୀର ୩୧, ବୌଦ୍ଧ ୨୯, କଟକ ୧୦୪, ଦେଓଗଡ ୪୬, ଢେଙ୍କାନାଳ ୪୯, ଗଜପତି ୪୩, ଗଞ୍ଜାମ ୧୦, ଜଗତସିଂହପୁର ୪୮, ଯାଜପୁର ୫୩, ଝାରସୁଗୁଡା ୨୯, କଳାହାଣ୍ଡି ୪୯,କନ୍ଧମାଳ ୩୧, କେନ୍ଦ୍ରାପଡା ୪୬, କେନ୍ଦୁଝର ୫୨, ଖୋର୍ଦ୍ଧା ୨୫୭, କୋରାପୁଟ ୧୧୮, ମାଲକାନଗିରି ୩, ମୟୁରଭଞ୍ଜ ୫୩, ନବରଙ୍ଗପୁର ୨୬, ନୟାଗଡ ୪୫, ନୂଆପଡା ୩୯, ପୁରୀ ୪୦, ରାୟଗଡା ୩୪, ସମ୍ବଲପୁର ୫୬, ସୋନପୁର ୫୪, ସୁନ୍ଦରଗଡ ୧୪୭, ଷ୍ଟେଟ ପୁଲରୁୁ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.