୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ୪ ହଜାର ପାର ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୩୦ ଜିଲାରୁ ୪ ହଜାର ୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୫୧୭ସଙ୍ଗରୋଧ କେନ୍ଦ୍ରରୁ ଓ ୧ହଜାର ୮୨୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହ ୧,୯୬,୮୮୮ ରେ ପହଞ୍ଚିଛି। ୧,୫୭,୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୮, ୮୧୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ। ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ ୧୦୮, ଭଦ୍ରକ ୧୦୫, ବଲାଙ୍ଗୀର ୫୩,ବୌଦ୍ଧ ୬୭, କଟକ ୫୬୭, ଦେଓଗଡ଼ ୨୨, ଢେଙ୍କାନାଳ ୫୬, ଗଜପତି ୧୯, ଗଞ୍ଜାମ ୯୦, ଜଗତସିଂହପୁର ୧୯୩, ଯାଜପୁର ୧୫୧, ଝାରସୁଗୁଡ଼ା ୧୭୪, କଳାହାଣ୍ଡି ୫୮, କନ୍ଧମାଳ ୧୪୩, କେନ୍ଦ୍ରାପଡ଼ା ୧୦୯, କେନ୍ଦୁଝର ୯୦, ଖୋର୍ଦ୍ଧା ୬୫୩, କୋରାପୁଟ ୭୭, ମାଲକାନଗିରି ୩୪, ମୟୁରଭଞ୍ଜ ୧୨୭, ନବରଙ୍ଗପୁର ୧୪୩, ନୟାଗଡ଼ ୮୪, ନୂଆପଡ଼ା ୭୪, ପୁରୀ ୨୦୩, ରାୟଗଡ଼ା ୬୨, ସମ୍ବଲପୁର ୧୩୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୩୮ ଚିହ୍ନଟ ହୋଇଛନ୍ତି।

 

Comments are closed.