ରାଜ୍ୟରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍‌ ଟେଷ୍ଟ – ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି। ଏନେଇ ଗୁରୁବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି। କ୍ରମାଗତ ଭାବେ ଗତ ୪ ଦିନ ହେଲା ଟେଷ୍ଟିଂରେ ବୃଦ୍ଧି ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ହେବ ବୋଲି ପ୍ରଦୀପ୍ତ କହିଛନ୍ତି। ଏଥିମଧ୍ୟରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନେଟ୍ କୋଭିଡ୍‌ ଟେଷ୍ଟ କରାଯାଇଛି। ଏସବୁ ପରୀକ୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଛି। ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Comments are closed.