ଧୁରୁଷିଆରେ କୋଭିଡ ପରୀକ୍ଷଣ ଶିବିର

୨୨୮ରେ ୧ ପଜିଟିଭ

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧୁରୁଷିଆଠାରେ କୋଭିଡ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ୨୨୮ଜଣଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ସେଥିରୁ ଜଣେ ପଜିଟିଭ ବାହାରିଛି। ଆରଟିପିସିଆର ୨୭ଜଣଙ୍କ ପରୀକ୍ଷା ହୋଇଥିଲା। ମୋଟ ୨୫୫ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷଣ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲିପ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ଆୟୁଷ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ଡାକ୍ତର ମଧୁସ୍ମୀତା ପ୍ରଧାନ, ସୁଚରିତା ସାହୁ, ସୁଚିସ୍ମୀତା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

 

Comments are closed.