ରାଜ୍ୟରେ ଖସୁଛି ସଂକ୍ରମଣ; ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କୋଭିଡ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨୯୬, ବରଗଡ ୬୬, ଭଦ୍ରକ ୧୭୯, ବଲାଙ୍ଗୀର ୧୮, ବଉଦ ୫୯, କଟକ ୨୩୦, ଦେବଗଡ ୨୩, ଢେଙ୍କାନାଳ ୫୪, ଗଜପତି ୫୮, ଗଞ୍ଜାମ ୩୬, ଜଗତସିଂହପୁର ୧୨୯, ଯାଜପୁରରୁ ୩୯୧ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡା ଜିଲାରୁ ୯, କଳାହାଣ୍ଡି ୫୪, କନ୍ଧମାଳ ୫୫, କେନ୍ଦ୍ରାପଡା ୭୩, କେନ୍ଦୁଝର ୮୯, ଖୋର୍ଦ୍ଧା ୫୦୦୯, କୋରାପୁଟ ୬୩, ମାଲକାନଗିରି ୭୨, ମୟୁରଭଞ୍ଜ ୧୮୭, ନବରଙ୍ଗପୁର ୮୩, ନୟାଗଡ ୯୭, ନୂଆପଡା ୨୮, ପୁରୀ ୧୪୧, ରାୟଗଡା ୪୫, ସମ୍ବଲପୁର ୩୮, ସୋନପୁର ୨୫, ସୁନ୍ଦରଗଡ ୪୮ ଏବଂ ଷ୍ଟେଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୮୦୪୯୮୧ ଜଣ ସୁସ୍ଥ ହୋଇସାରିଥିବାବେଳେ ୫୧୧୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି।

Comments are closed.