କୋଭିଡ୍‍ ଆରୋଗ୍ୟ ହାର ୯୪.୫୯ ପ୍ରତିଶତ : ୮୦ ପ୍ରତିଶତ ସଂକ୍ରମଣ ୬ ରାଜ୍ୟରୁ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୫୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨ରେ ପହଞ୍ଚିଛି।

ତେବେ ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୭୧୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ୍‍ ଓ ମଧ୍ୟପ୍ରଦେଶରୁ ଅଛନ୍ତି। ଦେଶରେ ବର୍ତ୍ତମାନ ୪ ଲକ୍ଷ
୮୬ ହଜାର ୩୧୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୧୨ ଜଣଙ୍କର ମୃତ୍ୟୁ ଘଟିବା ଫଳରେ ଦେଶରେ ମୋଟ୍‍ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨ରେ ପହଞ୍ଚିଛି।
ଇତିମଧ୍ୟରେ ବିଭିନ୍ନ ରାଜ୍ୟ ସରକାର କୋଭିଡ୍‍ ନିୟମାବଳୀ ପାଳନକୁ କଡ଼ାକଡ଼ି କରୁଛନ୍ତି। କେତେକ ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଗୁଜୁରାଟ୍‍ ସରକାର ଆସନ୍ତା ୧ ତାରିଖରୁ ରାଜ୍ୟକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ନେଗେଟେଭି୍‍ ଆର୍‍ଟିପିସିଆର୍‍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି।

Comments are closed.