ଆଜି ରାଜ୍ୟରେ ସୁସ୍ଥ ହେଲେ ୭୭୩୩ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୯୬୭୯୯କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୭୭୩୩ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ମୋଟ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୭୯୬୭୯୯କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୮୦୮, ଢେଙ୍କାନାଳ ୪୯୯, ବାଲେଶ୍ବର ୩୯୩, ମୟୁରଭଞ୍ଜ ୩୯୦, ଯାଜପୁର ୩୮୬, ଯାଜପୁର ୩୮୬, ଅନୁଗୁଳ ୩୮୧, ପୁରୀ ୩୫୩, ଭଦ୍ରକ ୨୭୮, ସୁନ୍ଦରଗଡ଼ ୨୬୫, ବୌଦ୍ଧ ୨୦୯, ରାୟଗଡ଼ା ୨୦୯, ଜଗତସିଂହପୁର ୨୦୦, ନବରଙ୍ଗପୁର ୧୯୬, ଷ୍ଟେଟପୁଲ ୧୮୮, କେନ୍ଦ୍ରାପଡ଼ା ୧୮୫, କୋରାପୁଟ ୧୮୫, ବରଗଡ଼ ୧୮୪, କେନ୍ଦୁଝର ୧୭୨, କଳାହାଣ୍ଡି ୧୬୬, ନୟାଗଡ଼ ୧୫୧, ମାଲକାନଗିରି ୧୨୩, ସମ୍ବଲପୁର ୧୦୭, ଗଞ୍ଜାମ ୯୨, ବଲାଙ୍ଗିର ୮୧, ଝାରସୁଗୁଡ଼ା ୮୦, ସୋନପୁର ୬୩, ଦେବଗଡ଼ ୬୨, କନ୍ଧମାଳ ୪୯, ଗଜପତି ୪୪ ଓ ନୂଆପଡ଼ାରୁ ୩୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

Comments are closed.