ଆଜି ରାଜ୍ୟରେ ସୁସ୍ଥ ହେଲେ ୨୨୦୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୯୪୭୩୮୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୨୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୯୪୭୩୮୧କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ ୪୮୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୩୩୦, ଯାଜପୁର ୨୨୩, ବାଲେଶ୍ବର ୧୭୮, ଜଗତସିଂହପୁର ୧୨୦, ମୟୂରଭଞ୍ଜ ୯୭, ଷ୍ଟେଟପୁଲ ୯୩, ପୁରୀ ୮୩, ଅନୁଗୁଳ ୭୪, ଭଦ୍ରକ ୭୪, ନୟାଗଡ଼ ୫୯, କେନ୍ଦ୍ରାପଡ଼ା ୫୦, ସୁନ୍ଦରଗଡ଼ ୪୫, ଢେଙ୍କାନାଳ ୪୩, ମାଲକାନଗିରି ୨୭, ସମ୍ବଲପୁର ୨୪, ନବରଙ୍ଗପୁର ୧୯, ରାୟଗଡ଼ ୧୮, ବଲାଙ୍ଗିର ୧୭, ବୌଦ୍ଧ ୧୭, ବୌଦ୍ଧ ୧୬, ବରଗଡ଼ ୧୫, କଳାହାଣ୍ଡି ୧୩, କନ୍ଧମାଳ ୧୨, କୋରାପୁଟ ୧୨, ସୋନପୁର ୧୧, ଗଞ୍ଜାମ ୧୦, ଝାରସୁଗୁଡ଼ା ୧୦, ନୂଆପଡ଼ା ୬, ଗଜପତି ୫ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.