ଆଜି ରାଜ୍ୟରେ ସୁସ୍ଥ ହେଲେ ୧୨୦୭୭, ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୨୦୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୧୬୧୧, କଟକ ୯୧୬, ଅନୁଗୁଳ ୫୮୦. ସମ୍ବଲପୁର ୫୪୩, ବରଗଡ଼ ୪୬୨, ପୁରୀ ୪୫୩, ବାଲେଶ୍ବର ୪୩୭, ବଲାଙ୍ଗିର ୪୩୫, ନବରଙ୍ଗପୁର ୪୨୯, ଝାରସୁଗୁଡ଼ା ୪୨୫, କଳାହାଣ୍ଡି ୪୦୧, ଭଦ୍ରକ ୩୮୨, ଷ୍ଟେଟପୁଲ ୩୫୭, ନୂଆପଡ଼ା ୨୬୧, ଗଞ୍ଜାମ ୨୧୮, ନୟାଗଡ଼ ୨୧୫, ସୋନପୁର ୨୧୩, କେନ୍ଦୁଝର ୨୧୦, ରାୟଗଡ଼ା ୧୭୬, ମୟୂରଭଞ୍ଜ ୧୭୫, କେନ୍ଦ୍ରାପଡ଼ା ୧୫୬, ଢେଙ୍କାନାଳ ୧୩୭, ଦେବଗଡ଼ ୧୩୬, ଜଗତସିଂହପୁର ୧୩୦, କୋରାପୁଟ ୧୧୮, ଯାଜପୁର ୧୦୪, ଗଜପତି ୧୦୧, ବୌଦ୍ଧ ୯୨, କନ୍ଧମାଳ ୬୯ ଓ ମାଲକାନଗିରିରୁ ୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.