ବାଲିପଦର କଲେଜରେ କୋଭିଡ ପଜିଟିଭ୍ ଚହ୍ନଟ: ତିନି ଦିନ ଯାଏଁ କଲେଜ ସଟଡାଉନ୍

ବୁଗୁଡା : ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ କିଶୋର ଚନ୍ଦ୍ର ପଣ୍ଡା କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଅଧ୍ୟକ୍ଷ ବୁଗୁଡା ବିଡିଓଙ୍କ ପରାମର୍ଶ କ୍ରମେ ମହାବିଦ୍ୟାଳୟକୁ ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧ୍ୟାପକ ପଣ୍ଡା ଗତ ୨୬ ତାରିଖ ଠାରୁ ଛୁଟିରେ ରହିଥିଲେ । କୋଭିଡ ଟେଷ୍ଟ ପରେ ଏପ୍ରିଲ ୧ ତାରିଖ ଦିନ ପଜିଟିଭ ଘୋଷଣା କରାଯାଇଥିଲା । ଉକ୍ତ ରିପୋର୍ଟ ଅଧ୍ୟକ୍ଷ ପାଇଲା ପରେ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇଥିଲେ । ବୁଗୁଡା ବିଡିଓଙ୍କ ପରାମର୍ଶ କ୍ରମେ ମହାବିଦ୍ୟାଳୟ ପ୍ରାଙ୍ଗଣକୁ ସାନିଟାଇଜ କରିବା ପାଇଁ ୩, ୪ ଓ ୫ ତିନି ଦିନ ଯାଏଁ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି । ଅଧ୍ୟକ୍ଷ ସମେତ ମହାବିଦ୍ୟାଳୟ ସମସ୍ତ କର୍ମଚାରୀ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ନିର୍ଦ୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଯଦି ଅସୁସ୍ଥ ଅନୁଭବ କରନ୍ତି ତେବେ ତୁରନ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗ କରିବା ପାଇଁ ଅଧ୍ୟକ୍ଷ ଡକ୍ଟର ବି ପ୍ରକାଶ ଚନ୍ଦ୍ର ପାତ୍ର ଜଣାଇଛନ୍ତି ।

Comments are closed.