କରୋନା ଯୁଦ୍ଧ : ଆଶାର କିରଣ ଆୟୁର୍ବେଦିକ ଓ ହୋମିଓପାଥିକ, ୭ ଦିନରେ ସୁସ୍ଥ ହେଲେ ରୋଗୀ

ନୂଆଦିଲ୍ଲୀ : ଗୁରୁତରରୁ ଗୁରୁତର ରୋଗର ଚିକିତ୍ସା ଆୟୁର୍ବେଦରେ ରହିଛି। ସଂକ୍ରମଣ ସହ ଲଢିବା ପାଇଁ ଆୟୁର୍ବେଦରେ ଅନେକ ଔଷଧ ରହିଛି। ଏହି ଔଷଧଗୁଡ଼ିକର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ, ଯାହା ଗୁରୁତର ରୋଗ ସହ ଲଢିବା ପାଇଁ ଆବଶ୍ୟକ।
ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା କିଛି ପରୀକ୍ଷାରୁ ଜଣାଯାଇଛି ଯେ, କ୍ବାରେନ୍ଣ୍ଟାଇନରେ ରହିଥିବା ରୋଗୀମାନେ ଅତି କମ୍ରେ ୭ ଦିନ ଆୟୁର୍ବେଦିକ କିମ୍ବା ହୋମିଓପାଥିକ ଔଷଧ ସେବନ କରିବା ଦ୍ବାରା କରୋନ ସଂକ୍ରମଣ ବଢିବନାହିଁ ଏବଂ ରୋଗୀ ରୋଗମୁକ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ମାନ୍ କି ବାତ୍’ କାର୍ଯ୍ୟକ୍ରମରେ ପାରମ୍ପାରିକ ଔଷଧ ଉପରେ ଗୁରୁତ୍ୱାରୋପ କରିଥିଲେ। ଆୟୁଷ ମନ୍ତ୍ରଣାଳୟର ଅନୁସନ୍ଧାନରେ ଆସୁଥିବା ଉତ୍ସାହଜନକ ଫଳାଫଳ ଏବେ ଆଶାର କିରଣ ଦେଖାଇଛି।
କ୍ବାରେନ୍ଣ୍ଟାଇନରେ କାଢା ସେବନ ଲାଭଦାୟକ – ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ବାରେନ୍ଣ୍ଟାଇନ ସମୟରେ ରୋଗୀ ଆୟୁର୍ବେଦିକ ଜଡିବୁଟିରୁ ପ୍ରସ୍ତୁତ କାଢା ସେବନ ଲାଭଦାୟକ। ଏହା ସହ କିଛି ହୋମିଓପାଥିକ ଔଷଧ ମଧ୍ୟ ଉପକାରୀ ଅଟେ। ଆୟୁର୍ବେଦର ଚିକିତ୍ସା ପଦ୍ଧତିକୁ ନେଇ ବୈଷୟିକ ଅଧ୍ୟୟନର ଏହା ହେଉଛି ଏକ ଗମ୍ଭୀର ଆରମ୍ଭ। ଏହା ଏକ ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଦେଶର ଯୁବକ ଓ ଡାକ୍ତରୀ ବିଶେଷଜ୍ଞମାନଙ୍କୁ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ମନ୍ତ୍ରଣାଳୟ ଆଧୁନିକ ଔଷଧର ମାନ ଉପରେ ଆୟୁର୍ବେଦ ଚିକିତ୍ସା ସୂତ୍ର ଗ୍ରହଣ କରାଯାଇଛି।
ଔଷଧ ଉପରେ ଗବେଷଣା – ଏହାପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପାରମ୍ପାରିକ ଭାରତୀୟ ଚିକିତ୍ସା ବିଭାଗ ଗଠନ କରାଯାଇ ସଚିବଙ୍କୁ ନିୟୋଜିତ କରାଯାଇଛି। ପ୍ରଥମ ଥର ପାଇଁ ସରକାର ଆଇୟୁଏସ୍ ସ୍ଥାନରେ ଆୟୁର୍ବେଦିକ ଡାକ୍ତର ରାଜେଶ କୋଟେଚାଙ୍କୁ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହା ପରେ ଆୟୁର୍ବେଦକୁ ନେଇ ଅନେକ ନୂତନ ଗବେଷଣା ଗତିଶୀଳ ହେବ।
ବଜେଟ୍ ବୃଦ୍ଧି ପରେ ବଢିଲା ଆୟୁର୍ବେଦର ପ୍ରଚାର – ପ୍ରଥମେ ଆୟୁର୍ବେଦର ଅବହେଳିତ ବଜେଟ୍ ଯୋଗୁଁ ଏହି ପଦ୍ଧତିର ବିକାଶ, ପ୍ରସାର ଏବଂ ପ୍ରଚାର ହୋଇପାରିନଥିଲା। ୨୦୧୪-୧୫ ବର୍ଷରେ ଆୟୁଷ ମନ୍ତ୍ରଳାୟର ବଜେଟ୍ ୧୦୬୯ କୋଟି ଟଙ୍କା ଥିଲା ବେଳେ ୨୦୨୦-୨୧ରେ ଏହା ୨୧୨୨.୦୮ କୋଟି ଟଙ୍କା ଘୋଷଣା କରାଯାଇଥିଲା। ବର୍ତ୍ତମାନ ରାଜଧାନୀରେ ପ୍ରାୟ ୧୦.୧୫ ଏକର ଜମିରେ ୧୫୭ କୋଟି ଟଙ୍କା ବ୍ୟୟରେ ଅଲ ଇଣ୍ଡିଆ ଆୟୁର୍ବେଦ ଅନୁଷ୍ଠାନ ରହିଛି। ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ୧୯୫୬ରେ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା।