ଜେକେ କୋଭିଡ଼ ମେଡିକାଲରେ ମୁଣ୍ଡଫାଟି ମହିଳା କୋରନା ରୋଗୀ ଆହତ

ଜେକେପୁର : ରାୟଗଡା ଜିଲ୍ଲା ଜେକେପୁର କୋବିଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଜଣେ  ମହିଳା କୋରନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଇଥିବା ବେଳେ ଶୌଚ ପାଇଁ ବାଥ ରୁମ ଗଲା ବେଳେ ଗୋଡ଼ଖସି ପଡିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିବା ଜଣାପଡ଼ିଛି ।କଲ୍ୟାଣସିଂପୁର ବ୍ଲକ ବେଲକଣା ଗ୍ରାମର ଏ. ସତ୍ୟବତୀ (୫୦) ଗତ ୨୨ ତାରିଖରେ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ୨୩ ତାରିଖ ଦିନ ତାଙ୍କୁ ଆଇସିୟୁ  ବେଡ଼ ନମ୍ବର ୧୬କୁ ନିଆ ଯାଇଥିଲା। ହେଲେ ଗତକାଲି ସେ ଶୌଚ ହେବା ପାଇଁ ବାଥରୁମକୁ ଗଲା ବେଳେ ଗୋଡ଼ଖସି ମୁଣ୍ଡ ଫାଟି ଯାଇଥିଲା। ଏ ସମ୍ପର୍କରେ ତାଙ୍କ ପରିବାରକୁ  ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଖବର ଦିଆଯାଇଥିଲା। ମୁଣ୍ଡରେ ଭୀଷଣ ଆଘାତ ଲାଗିଥିବା ବେଳେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ଲଷ୍ମୀକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Comments are closed.