ରାଜ୍ୟରେ ଆଜି ସୁସ୍ଥ ହେଲେ ୮୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୩୫୨୫୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଓଡ଼ିଶାରେ ମୋଟ ଆରୋଗ୍ୟ ସଂଖ୍ୟା ୩୩୫୨୫୦କୁ ବୃଦ୍ଧି ପାଇଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ୮, ବାଲେଶ୍ବର ୭, ଖୋର୍ଦ୍ଧା ୭, ପୁରୀ ୬, ସୁନ୍ଦରଗଡ଼ ୬, ଅନୁଗୁଳ ୪, ବରଗଡ଼ ୪, ଭଦ୍ରକ ୪, କଟକ ୪, ଯାଜପୁର ୪, ଝାରସୁଗୁଡ଼ା ୪, ବଲାଙ୍ଗିର ୩, ଷ୍ଟେଟ୍‌ପୁଲ ୨ ସମେତ ଦେବଗଡ଼, କଳହାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.