ବୁର୍ଲା ଭିମସାରରେ କୋଭିଡ଼ ୱାରିୟର ବା ଚୁକ୍ତିଭିତ୍ତିକ ସେବିକାଙ୍କ ଆନ୍ଦୋଳନ : ସ୍ଥାୟୀ ନିଯୁକ୍ତି ଦାବି

ବୁର୍ଲା : ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣର ଭୟାବହତାକୁ ନେଇ ସରକାର ଏହାର ମୁକାବିଲା କରିବା ପାଇଁ କୋଭିଡ଼-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଚୁକ୍ତିଭିତ୍ତିକ କୋଭିଡ଼ ସେବିକା ମାନଙ୍କୁ ନିଯୁକ୍ତି କରାଯାଇଛି। ତେବେ ଗତ ନଅ ମାସ କାଳ ହେବ ଏହି ଚୁକ୍ତିଭିତ୍ତିକ ସେବିକା ମାନଙ୍କ ଠାରୁ ସେବା ନିଆଯାଉଛି। ଏହି ସେବିକା ମାନଙ୍କୁ ଦୈନିକ ଏକ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଉଛି।

ହେଲେ ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ଆଜି ବୁର୍ଲା ଭିମସାର ହସପିଟାଲ ସମ୍ମୁଖରେ ଚୁକ୍ତିଭିତ୍ତିକ କୋଭିଡ଼ ସେବିକା ତାଙ୍କ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ କୋଭିଡ଼-୧୯ ସ୍ଥିତିରେ ଚୁକ୍ତିଭିତ୍ତିକ ଭାବରେ ପ୍ରାୟ ୧୮୮ ଜଣ ମହିଳା ଏବଂ ପୁରୁଷ ସେବିକା କାର୍ଯ୍ୟ କରୁଛନ୍ତି। ଏହି ସେବିକା ମାନେ କରୋନା ମହାମାରୀ ସମୟରେ କୋଭିଡ଼ ରୋଗୀଙ୍କୁ ସେବା କରିଥିବା ନେଇ ପ୍ରକାଶ କରିଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉକୃଷ୍ଟତା ଆଣିବା ପାଇଁ ସମଗ୍ର ରାଜ୍ୟରେ ସମୁଦାୟ ୬୪୩୨ ଜଣ ଠିକା ଭିତ୍ତିକ ସେବିକା ପଦବୀ ସୃଷ୍ଟି କରିଛନ୍ତି। ଏହା ମଧ୍ୟରୁ ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ ୨୨୦ଟି ନୁତନ ଚୁକ୍ତିଭିତ୍ତିକ ଭାବରେ କୋଭିଡ଼ ସେବିକା ପଦବୀ ସୃଷ୍ଟି କରିଛନ୍ତି। ତେବେ ସେବିକା ମାନଙ୍କୁ ଚୁକ୍ତିଭିତ୍ତିକ ବଦଳରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ଦାବୀକୁ ନେଇ କୋଭିଡ଼ ସେବିକା ମାନେ ଗୁରୁବାର ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେବିକା ମାନଙ୍କ କହିବାକଥା ହେଲା ୧୮୮ ଜଣ ସେବିକାଙ୍କୁ ଯୋଗ୍ୟତା ଭିତ୍ତିରେ ଅଗ୍ରାଧିକାର ଦିଆଯିବା ପରେ ଅନ୍ୟ ସେବିକା ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ବୋଲି କୋଭିଡ଼ ସେବିକା ମଞ୍ଜୁଶା ମେହେର ଏବଂ ଉମ୍ମେହାନି ଖାତୁନ ଗଣମାଧ୍ୟମ ସମ୍ମୁଖରେ ମତ ବ୍ୟକ୍ତ କରିଛନ୍ତି। ଦାବୀପୁରଣ ନ ହେବା ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ସେବିକା ମାନଙ୍କ ଆନ୍ଦୋଳନ ଜାରି ରହିବ ଏବଂ ରିଲେ ଧାରଣା ଜାରି ବୋଲି ପ୍ରକାଶ ପାଇଛି।

Comments are closed.