ଦ୍ରୁତ ଗତିରେ ବଢୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଏକ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ- ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ଏବେ ଦେଶର ରାଜଧାନୀ ଦିଲ୍ଲୀରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସୂଚନା ମିଳିଛି । ଗୋଟିଏ ଦିନରେ ଦିଲ୍ଲୀରେ ୧୦୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ମଙ୍ଗଳବାରରେ ଦିଲ୍ଲୀରେ ୬୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ କଟକଣାକୁ ଲାଗୁ କରାଯାଇଛି । ମାସ୍କ ପିନ୍ଧିବାକୁ ପାଇଁ କୁହାଯାଇଛି । କୋଭିଡ୍‌ କଟକଣା ଉଲ୍ଲଘଂନ କଲେ ଜରିମାନା ଆଦାୟ କରାଯିବ ବୋଲି ସେଠାକେର ପ୍ରଶାସନ ସୂଚନା ଦେଇଛି । ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବା ପାଇଁ ପଡିବା ବୋଲି ଘୋଛଣା କରାଯାଇଛି ।

ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗୋଟିଏ ଦିଲ୍ଲରେ ୬୫ ପ୍ରତିଶତ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦିଲ୍ଲୀରେ ସ୍କୁଲ୍‌ ବନ୍ଦ କରାଯାଇ ନଥିଲେ ବି ଅଲଗା ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।

Comments are closed.