ରାୟଗଡ଼ା ଜିଲ୍ଲାରେ କୋଭିଡ୍‌ ପରିଚାଳନା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମୀକ୍ଷା

ଭୁବନେଶ୍ୱର : ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲାରେ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଅଂଶଗ୍ରହଣ କରିଥିଲେ । ଏହି କନ୍‌ଫରେନ୍ସିଂରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ରାୟଗଡ଼ା ସିଡିଏମ୍‌ଓ, ପିଡ଼ିଡ଼ିଆର୍‌ଡ଼ିଏ, ଉପଜିଲ୍ଲାପାଳ ଗୁଣପୁର ଉପଜିଲ୍ଲାପାଳ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧୭୩ କୋଭିଡ୍‌ ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଜିଲ୍ଲାରେ ୧୫୦-୨୦୦
ସାମ୍ପଲ ଟେଷ୍ଟ କରାଯାଉଛି । ଅଦ୍ୟାବଧି ୬୯୦ ଜଣ ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବାବେଳେ ଅବଶିଷ୍ଟ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଉପଯୁକ୍ତ ଚିକିତ୍ସା ପ୍ରଦାନ ଓ ଯତ୍ନ ନେବା ପାଇଁ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ୧୪୧୩୦ଟି ଶଯ୍ୟା ପ୍ରସ୍ତୁତ ହୋଇ ରହିଅଛି ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ୧୬୦୦ ଶଯ୍ୟା ପ୍ରସ୍ତୁତ ଥିବାବେଳେ ଆବଶ୍ୟକୀୟ ଡାକ୍ତର ନର୍ସ, ଆମ୍ବୁଲାନ୍ସ ଓ ବସ୍‌ ମହଜୁଦ୍‌ ରହିଛି । ଜିଲ ୍ଲାରେ ଆଉ ଏକ ୫୦୦ ଶଯ୍ୟାବିଶିଷ୍ଟ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଅଣକୋଭିଡ୍‌ ରୋଗୀମାନ ଙ୍କୁ ଏବଂ ଚିକତ୍ସାଳୟରେ ବହିର୍ବିଭାଗ ମାଧ୍ୟମରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ସେ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ନପ୍ରସବା ଗର୍ଭବତୀ ମହିଳାମାନଙ୍କୁ ଜିଲ୍ଲା ସଦର ମହକୁମା ଓ ମା’ଘର ଆଦିକୁ ଯଥେଷ୍ଟ ପୂର୍ବରୁ ଆଣି ରଖିବା ଏବଂ ସେମାନଙ୍କୁ ତିନି ମାସ ନିମନ୍ତେ ପୁଷ୍ଟିସାର ଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ବ୍ୟବସ୍ଥା କରିବା ପାଇଁ କହିଛନ୍ତି । ଚିକିତ୍ସା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ର ଉପଯୁକ୍ତ ଅନୁପାଳନ ନିମନ୍ତେ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଲେବରକାର୍ଡ ପ୍ରଦାନ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ । ଟିଏମ୍‌ସିରେ ଚିକିତ୍ସିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସଂପର୍କରେ ସମୀକ୍ଷା କରି କୋଭିଡ୍‌ ରୋଗରୁ ଆରୋଗ୍ୟ ଲ।ଭ କରିଥିବା ବ୍ୟକ୍ତିମାନଙ୍କ ଠାରୁ ପ୍ଲାଜ୍‌ମା ଦାନ ସଂପର୍କରେ ସମୀକ୍ଷା କରାଯାଇଥିଲ । ବର୍ତ୍ତମାନ ସୁଦ୍ଧା ୪୦ ଜଣ ପ୍ଲାଜ୍‌ମା ଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଯଥାଶୀଘ୍ର ସେମାନଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ଓ ସଂପୃକ୍ତଙ୍କ ସହିତ ଭାବବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସାରକା ରୋଗୀମାନଙ୍କୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଯୋଜନା ଓ ସଂଯୋଜନ ବିଭାଗର ଯୁଗ୍ମ ନିର୍ଦ୍ଦେଶିକ ସୁଧାପ୍ରିୟା ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.