ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ କଲେ ରାଜନାଥ ଓ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ପ୍ରସ୍ତୁତ ହୋଇଥିବା କରୋନା ଔଷଧ ୨-ଡିଜିର ଶୁଭାରମ୍ଭ ହୋଇଛି। ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଡିଆରଡିଓ ମୁଖ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି। ଏବେ ଏହି ଔଷଧକୁ କରୋନା ଚିକିତ୍ସାରେ ବ୍ୟବହାର କରାଯିବ। ସର୍ବପ୍ରଥମେ ଦିଲ୍ଲୀର ଡିଆରଡିଓ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ।

କରୋନା ବିରୋଧୀ ଲଢ଼େଇରେ ଡିଆରଡିଓର ଏହି ଔଷଧ ନୂଆ ଆଶା ସଞ୍ଚାର କରିଛି। ଏହି ଔଷଧର ପୂରା ନାମ ୨-ଡିଅକ୍ସି-ଡି-ଗ୍ଲୁକୋଜ। ଏହା ପାଉଡର ରୂପରେ ପ୍ୟାକେଟରେ ରହିଛି। ପାଣିରେ ମିଶାଇ ଏହାକୁ ସେବନ କରାଯିବ। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା।

Comments are closed.