ରାଜ୍ୟରେ ୩୩ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ୨୭୧୯

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲାରୁ ଆଉ ୩୩ ଆକ୍ରାନ୍ତ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ରହିଛନ୍ତି। ଅନୁଗୁଳ ଜିଲାରୁ ସର୍ବାଧିକ ୫ , ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡରୁ ୩ ଲେଖାଏଁ, କଟକ, ଦେବଗଡ, ଗଜପତି,କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧାରୁ ୨ ଲେଖାଏଁ, ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭୧୯ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.