ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର କିଛି ଦିନ ହେବ ୧୦ ମଧ୍ୟରେ ସୀମିତ ରହିଥିବା ଦେଖାଯାଉଛି। ଦିନକରେ ଆଉ ଚିକିତ୍ସାଧୀନ ଅବସ୍ଥାରେ ୫ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୁନ୍ଦରଗଡରୁ ୩ ଓ ନବରଙ୍ଗପୁରରୁ ୨ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୮୦ରେ ପହଞ୍ଚିଛି।

Comments
Loading...