ଆଖି ବୁଜିଲେ ଆଉ ୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି। ୨୪ ଘଣ୍ଟାରେ ଆଉ ୩୮ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬, କଟକ ଓ ବରଗଡରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଓ ପୁରୀରୁ ୪ ଲେଖାଏଁ, ସମ୍ବଲପୁରରୁ ୩, ଜଗତସିଂହପୁର, ଝାରସୁଗୁଡାରୁ ୨ ଲେଖାଏଁ, ଅନୁଗୁଳ, ଦେବଗଡ,ଢେଙ୍କାନାଳ, ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। କେନ୍ଦୁଝର, କୋରାପୁଟ,ସୁନ୍ଦରଗଡରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୬୭୧ରେ ପହଞ୍ଚିଛି।

 

Comments are closed.