ରାଜ୍ୟରେ ଆଉ ୪୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ୨୪ ଘଣ୍ଟାରେ ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫, ଅନୁଗୁଳ,ବରଗଡ,କଟକ ଓ ଝାରସୁଗୁଡାରୁ ୪ ଲେଖାଏଁ, କଳାହାଣ୍ଡି, ପୁରୀ,ରାୟଗଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ବଲାଙ୍ଗୀର,ବୌଦ୍ଧ ଓ ମୟୁରଭଞ୍ଜରୁ ୨ ଲେଖାଏଁ,ଦେବଗଡ,ଢେଙ୍କାନାଳ, ଯାଜପୁର,କେନ୍ଦ୍ରାପଡା ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି।

Comments are closed.