ଆଉ ୪୩ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ଛୁଇଁଲା ୩୧୨୩

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ପ୍ରତିଦିନ ମୃତକଙ୍କ ସଂଖ୍ୟା ୪୦ ଅତିକ୍ରମ କରୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫, ଅନୁଗୁଳ,କଟକ,ଝାରସୁଗୁଡା,ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବରଗଡ,ବଲାଙ୍ଗୀର,ବୌଦ୍ଧରୁ ୩ ଲେଖାଏଁ,ଗଞ୍ଜାମ,ମୟୁରଭଞ୍ଜ,ପୁରୀରୁ ୨ ଲେଖାଏଁ,ସମ୍ବଲପୁର,ରାୟଗଡା,ନୂଆପଡା,କୋରାପୁଟ,କେନ୍ଦ୍ରାପଡା, ଢେଙ୍କାନାଳ,ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.