ବନ୍ଦ ହେବ ସରକାରୀ ଓ ବେସରକାରୀ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଓ ବେସରକାରୀ କୋଭିଡ କେୟାର ସେଣ୍ଟର ବନ୍ଦ ହେବ ବୋଲି ଆଜି ଜଣାପଡିଛି। ସାମ୍ଭାବ୍ୟ ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଡେଡିକେଟେଡ କୋଭିଡ ହେଲଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ କେୟାର ସେଣ୍ଟର ଖୋଲା ରହିବ। କରୋନା ସଂକ୍ରମିତ ଚିକିତ୍ସାଧୀନ ନଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ ହସ୍ପିଟାଲ ବନ୍ଦ ହେବ। ମାତ୍ର ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ,ମୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। କୋଭିଡ ଟେକ୍ନିକାଲ କମିଟି ସୁପାରିସଙ୍କ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାସହ କୌଣସି କୋଭିଡ କେୟାର ସେଣ୍ଟରରେ ଯଦି କେହି ସଂକ୍ରମିତ ଚିକିତ୍ସାଧୀନ ଥିବେ ସେମାନଙ୍କୁ ଡିସଚାର୍ଜ ହେବା ଯାଏଁ ସେବା ଜାରି ରହିବ।

Comments are closed.