ଅଙ୍ଗନୱାଡ଼ି ସହାୟିକାଙ୍କୁ କରୋନା କିଟ୍ ବଣ୍ଟନ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକାରେ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ କାର୍ଯ୍ୟରତ ସହାୟିକା ମାନଙ୍କୁ କରୋନା କିଟ ବଣ୍ଟନ କରାଯାଇଛି । ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ତତ୍ୱାବଧାନରେ ପୌର କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ୪୭ଜଣ ଅଙ୍ଗନୱାଡ଼ି ସହାୟିକାଙ୍କୁ ଅକ୍ସି ମିଟର, ଥର୍ମୋ ସ୍କାନର, ଭେପରାଇଜର, ହେଡ଼ ସିଲ୍ଡ, ଦସ୍ତାନା, ବିଶୋଧକ, ତୁଣ୍ଡି ଆଦି ଥିବା କିଟ୍ ବଣ୍ଟନ କରିଥିଲେ। ଜିଲା ବିଜେଡ଼ି ସମ୍ପାଦକ ଶୁଭେନ୍ଦୁ ସାମଲ, ପୂର୍ବତନ କାଉନସିଲର କରୁଣାକର ସାହୁ, ଚୌଦ୍ୱାର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକମରେ ଅତିଥି ଭାବେ ଯୋଗ ଦେଇଥିଲେ। ପୌର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.