ମାରାତ୍ମକ କରୋନା ସାରା ଦେଶକୁ ନିଜ କବ୍‌ଜାକୁ ଆଡକୁ ଟାଣିଆଣିଛି; ସୁସ୍ଥ ବ୍ୟକ୍ତି ଓ ଭେଣ୍ଟିଲେଟର ମଧ୍ୟରେ ଦୂରତା ୨୪ଘଣ୍ଟା

ଭୁବନେଶ୍ବର: କରୋନା ବା କୋଭିଡ୍‌-୧୯କୁ ନେଇ ଯେଉଁ ସଦ୍ୟତମ ତଥ୍ୟ ସାମନାକୁ ଆସିଛି ସେଥିରୁ ଜାଣିବା ପାଇଁ ମିଳିଛି ଯେ କୋଭିଡ୍‌-୧୯ର ବିନା ଲକ୍ଷଣରୁ ହଠାତ ଲକ୍ଷଣ ଯୁକ୍ତ ହୋଇ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟରେ ଦୂରତା ହେଉଛି ମାତ୍ର ୨୪ ଘଣ୍ଟା। ଆପଣଙ୍କ ନିକଟରେ କୋଭିଡ୍‌-୧୯ର ସମସ୍ତ ବା ପର୍ଯ୍ୟାପ୍ତ ଲକ୍ଷଣ ଦେଖା ଦେଉ ନଥିବ କିନ୍ତୁ ହଠାତ୍‌ ଆପଣଙ୍କ ଶରୀରରେ ଲକ୍ଷଣ ଦେଖାଦେବ। କୋଭିଡ୍ ସମସ୍ତଙ୍କୁ ମାରୁନାହିଁ, କିନ୍ତୁ ସୁସ୍ଥ ଦେଖାଯିବା ଏବଂ ଭେଣ୍ଟିଲେଟ ପର୍ଯ୍ୟନ୍ତ ପହଞ୍ଚିବା ବହୁ କ୍ଷେତ୍ରରେ ୨୪ ଘଣ୍ଟାଠାରୁ ମଧ୍ୟ କମ୍‌ ରହୁଛି। ଏପରି ବିପଦଜନକ ପରିସ୍ଥିତିରେ ମଣିଷକୁ ଆସିବାକୁ ପଡୁଛି। ଆପଣଙ୍କୁ ଭେଣ୍ଟିଲେଟର ସହାୟତାର ଆବଶ୍ୟକତା ପଡ଼ିବା ସହ ଜୀବନ ଓ ମୃତ୍ୟୁର ଦୋଛକିରେ ଛନ୍ଦି ହୋଇଯିବ ଆପଣଙ୍କ ଜୀବନ। ତେଣୁ ଆମକୁ ମନେ ରଖିବାକୁ ପଡ଼ିବ ଆଶଙ୍କା କମିନାହିଁ। କିନ୍ତୁ ଆଶଙ୍କା କେବଳ ପୃଥିବୀରେ ବଢ଼ି ବଢ଼ି ଚାଲିଛି। ଆଜିକା ଦିନରେ ଭାରତ କେବଳ ଆମେରିକା ଓ ବ୍ରାଜିଲ୍‌ ପଛରେ ରହିଛି। ଆମେରିକାରେ ଧୀରେ ଧୀରେ କମୁଥିବା ସଂକ୍ରମଣ ପୁଣି ଲେଉଟିଆସି ବିଶାଳ ଏକ ଲହଡ଼ିର ରେକର୍ଡ ସୃଷ୍ଟି କରୁଛି। ବର୍ତ୍ତମାନ ମାରାତ୍ମକ କରୋନା ସାରା ଦେଶକୁ ନିଜ କବ୍‌ଜାକୁ ଆଡକୁ ଟାଣିଆଣିଛି। ତେବେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସତର୍କ ​ସାଙ୍ଗକୁ ସଚେତନ ରୁହନ୍ତୁ। ସରକାର ହେଉଛନ୍ତି ଆପଣଙ୍କ ବନ୍ଧୁ ଓ ଭରସା। ତେଣୁ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

Comments are closed.