କୋଭିଡ ଟିକାଦାନ କାର୍ଯ୍ୟକ୍ରମ : ଟିକାଦାନ ସଂଖ୍ୟା ୯୮.୫ ଲକ୍ଷର ନିକଟତର

ନୂଆଦିଲ୍ଲୀ : ଆମେରିକା ଏବଂ ବ୍ରିଟେନ ପରେ ଏପର୍ଯ୍ୟନ୍ତ ବିଶ୍ୱରେ ଭାରତରେ ହିଁ ସବୁଠାରୁ ଅଧିକ କୋଭିଡ ଟିକାକରଣ ହୋଇଛି । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୯୮.୫ ଲକ୍ଷ୍ୟର ନିକଟତର ହୋଇଛି।

ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, ୨,୧୦,୮୦୯ ସେସନରେ ୯୮,୪୬,୫୨୩ ଟିକା ପ୍ରଦାନ କରାଯାଇଛି ।  ଏହା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ)ଙ୍କ ପ୍ରଥମ ଡୋଜ୍ ୬୨,୩୪,୬୩୫, ଦ୍ୱିତୀୟ ଡୋଜ୍ ୪,୬୪,୯୩୨ ଏବଂ ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ଙ୍କ ପ୍ରଥମ ଡୋଜ୍ ୩୧,୪୬,୯୫୬ ରହିଛି ।

୨୦୨୧ ଫେବ୍ରୁଆରୀ ୧୩ ତାରିଖରେ କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ଡୋଜ୍ ନେବାର ୨୮ ଦିନ ଯେଉଁମାନଙ୍କର ହୋଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ୨୦୨୧ ଫେବ୍ରୁଆରୀ ୨ ତାରିଖରୁ ସମ୍ମୁଖ ଯୋଦ୍ଧାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।

Comments are closed.