ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪୯ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୭୦୦ ମଧ୍ୟରେ ସମୀତି ରହିଛି। ୨୪ ଘଣ୍ଟାରେ ଆଉ ୬୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୩ ଜଣ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮୧ , ସ୍ଥାନୀୟ ୨୬୮। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୬,୩୬୨କୁ ବୃଦ୍ଧି ପାଇଛି। ୧୦,୦୧,୨୫୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬,୯୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୯, ବାଲେଶ୍ୱର ୩୭, ବରଗଡ ୨, ଭଦ୍ରକ ୬, ବଲାଙ୍ଗୀର ୫, ବୌଦ୍ଧ ୧, କଟକ ୮୪, ଦେଓଗଡ ୧, ଢେଙ୍କାନାଳ ୨, ଗଜପତି ୧, ଗଞ୍ଜାମ ୫, ଜଗତସିଂହପୁର ୩୭, ଯାଜପୁର ୩୦, ଝାରସୁଗୁଡା ୬, କଳାହାଣ୍ଡି ୨, କନ୍ଧମାଳ ୨,କେନ୍ଦ୍ରାପଡା ୨୪, କେନ୍ଦୁଝର ୯, ଖୋର୍ଦ୍ଧା ୨୩୫,କୋରାପୁଟ ୫, ମାଲାକାନଗିରି ୧, ମୟୁରଭଞ୍ଜ ୩୦, ନବରଙ୍ଗପୁର ୧, ନୟାଗଡ ୬, ନୂଆପଡା ୨, ପୁରୀ ୧୭, ରାୟଗଡା ୩, ସମ୍ବଲପୁର ୯, ସୁନ୍ଦରଗଡ ୨୫, ଷ୍ଟେଟ ପୁଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments
Loading...