ଦିନକରେ ଚିହ୍ନଟ ହେଲେ ଆଉ ୪୨, ୬୧୮ ; ଆରୋଗ୍ୟ ହାର ୯୭.୪୩%

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରୁଛି। ୨୪ ଘଣ୍ଟାରେ ଆଉ ୪୨ ହଜାର ୬୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୪୫,୯୦୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୦,୨୨୫ରେ ପହଞ୍ଚିଛି। ମୃତ୍ୟୁହାର ୧.୩୪%। ଦିନକରେ ୩୬,୩୮୫ ସୁସ୍ଥ ହୋଇଥିବା ବେଳେ ମୋଟ ୩,୨୧,୦୦,୦୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୭.୪୩%। ୪,୦୫,୬୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୨୩%।
ଦିନକରେ ୫୮,୮୫,୬୮୭ ଟିକା ନେଇଥିବା ବେଳେ ମୋଟ ୬୭,୭୨,୧୧,୨୦୫ ଟିକା ନେଇ ସାରିଛନ୍ତି। ୨୪ ଘଣ୍ଟାରେ ଆଉ ୭,୦୪,୯୭୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୨,୮୨,୪୦,୦୩୮ ନମୁନା ପରୀକ୍ଷା କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.