ଦେଶରେ କୋଭିଡ – ୧୯ ପରୀକ୍ଷା ୩୭,୩୭,୨୭ କୁ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇସିଏମଆର ଦେଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ଏକ ଲକ୍ଷ ୨୫ ହଜାର ୪୨୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏହା ସହିତ ଦେଶରେ ମୋଟ ପରୀକ୍ଷା ସଂଖ୍ୟା ୩୭ ଲକ୍ଷ ୩୭ ହଜାର ୨୭ରେ ପହଞ୍ଚିଛି। ତେବେ ଆଇସିଏମଆର କ୍ରମାଗତ ଭାବରେ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାରଗୁଡିକୁ ଅନୁମୋଦନ ଦେବା ସହ ଦେଶରେ ଆହୁରି ପରୀକ୍ଷାଗାର ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟ ରଖିଛି।

ବର୍ତ୍ତମାନ ସୁଦ୍ଧା, ସମଗ୍ର ଦେଶରେ ୬୬୯ଟି ପରୀକ୍ଷାଗାରକୁ କରୋନା ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଥିବା ବେଳେ ସେଥିରେ ୪୬୬ଟି ସରକାରୀ ଓ ୨୦୩ଟି ବେସରକାରୀ ପରୀକ୍ଷାଗାର ରହିଛି।

Comments are closed.