୨ ଦିନରେ ୧୭୪ ଆଣ୍ଟିଜେନ ପରୀକ୍ଷା, ୫ ପଜିଟିଭ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଗୁରୁବାର ଓ ଶୁକ୍ରବାର ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ୧୭୪ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ସିଏଚସି ପକ୍ଷରୁ ଶୁକ୍ରବାର ଇଚ୍ଛାପୁର ପଞ୍ଚାୟତର ମୁକ୍ତାଦେଇପୁର ଗ୍ରାମରେ ଅନୁଷ୍ଠିତ ସ୍ୱତନ୍ତ୍ର କୋଭିଡ ପରୀକ୍ଷଣ ଶିବିରରେ ୯୫ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିବାବେଳେ ମୁକ୍ତାଦେଇପୁରର ଜଣେ ୧୨ବର୍ଷ ବୟସ୍କ ବାଳକ ଓ ଜଣେ ୮ବୟସ୍କା ବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଠାରେ ୨୬ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷଣ ପାଇଁ କଟକ ବଡମେଡିକାଲ ପଠାଯାଇଥିବା ଜଣାପଡିଛି। ସେହିପରି ଶୁକ୍ରବାର ବ୍ରହ୍ମପୁର ସିଏଚସିରେ ୩୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପାନିଆମାର ଜଣେ ୬୨ବର୍ଷ ବୟସ୍କ ପୁରୁଷ ଆକ୍ରାନ୍ତ ଏବଂ ଗୁରୁବାର ୨୭ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ପାଇକରାପୁରର ୭୪ବର୍ଷ ବୟସ୍କ ଜଣେ ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି। ଏତଦ୍ବ୍ୟତୀତ ଆଠଗଡ ଡାକ୍ତରକାନାରେ ଶୁକ୍ରବାର ୧୪ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ମଧ୍ୟରୁ ବାଣୀକଣ୍ଠନଗରର ୩୫ବର୍ଷ ବୟସ୍କ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଆଠଗଡ ଡାକ୍ତରଖାନାରେ ୮ଜଣଙ୍କର ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଥିଲା।

Comments are closed.