କରୋନା ଅପଡେଟ : ଆରୋଗ୍ୟ ହାର ୪୮. ୨୦%, ୪୫,୨୪,୩୧୭ ନମୁନା ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-ନାଇଣ୍ଟିନ୍‍ ଆରୋଗ୍ୟ ହାର ୪୮. ୨୦%କୁ ବୃଦ୍ଧି ପାଇଛି। ଦେଶରେ ୧, ୧୪,୦୭୩ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୪,୬୧୧ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମ୍‍ଆର୍‍) କହିଛି, ଗତ ୨୪ ଘଣ୍ଟା ଭିତରେ ଆଉ ୧ ,୩୭,୯୩୮ଟି ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୪୫,୨୪,୩୧୭ଟି ନମୁନାର ପରୀକ୍ଷା କରାଯାଇଛି।

ଆଇସିଏମ୍‍ଆର୍‍ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି। ଦେଶରେ ୭୪୨ଟି ପରୀକ୍ଷାଗାରରେ କୋଭିଡ୍‍-ନାଇଣ୍ଟିନ୍‍ ନମୁନା ପରୀକ୍ଷା କରାଯାଉଛି, ଯାହା ମଧ୍ୟରେ ୫୨୦ଟି ସରକାରୀ ପରୀକ୍ଷାଗାର ଓ ୨୨୨ଟି ବେସରକାରୀ ପରୀକ୍ଷାଗାର ରହିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୯,୮୮୭ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ସଂକ୍ରମିତମାନଙ୍କ ସଂଖ୍ୟା ୨,୩୬, ୬୫୭ ରହିଛି। ଗୋଟିଏ ଦିନରେ କରୋନା ଭୂତାଣୁରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ସେହିପରି ଗତ ୨୪ ଘଣ୍ଟା ଭିତରେ ୨୯୪ ଜଣ ମୃତ୍ୟୁ ଘଟିବା ସହ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୬,୬୪୨ରେ ପହଞ୍ଚିଛି। ଦେଶରେ କୋଭିଡ୍‍-୧୯ ମୃତ୍ୟୁ ହାର ୨.୮୦ ଭାଗ ରହିଛି।

 

Comments are closed.