କୋଭିଡ୍ ଆରୋଗ୍ୟ ହାର ୯୬.୦୪ ପ୍ରତିଶତ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୬୫୬

ନୂଆଦିଲ୍ଲୀ ; ଦେଶରେ କୋଭିଡ୍ ଆରୋଗ୍ୟ ହାର ୯୬.୦୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୧୩୯ ଜଣ କୋଭିଡ୍ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୮ ଲକ୍ଷ ୬୦ ହଜାର ୨୮୦କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୮୨୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬ ହଜାର ୬୭୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ ୨୯୯ ଜଣଙ୍କର ମୃତ୍ୟୁ ପରେ ଦେଶରେ କୋଭିଡ୍ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮ରେ ପହଞ୍ଚିଛି। ଦେଶରେ ଏବେ ୨ ଲକ୍ଷ ୫୭ ହଜାର ୬୫୬ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।