କୋଭିଡ୍‍ ଆରୋଗ୍ୟ ହାର ୯୪.୮୪ ପ୍ରତିଶତ : ମୃତ୍ୟୁହାର ୧.୪୫%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୮୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୨ ଲକ୍ଷ ୯୧ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ଭିତରେ ୩୭ ହଜାର ୫୦୦ରୁ ଅଧିକ ଲୋକ ଅରୋଗ୍ୟ ଲାଭ କରିବା ସହ ଗତ ୧୫ ଦିନ ଧରି ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି।

ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ଆଜି ୩.୭%କୁ ହ୍ରାସ ପାଇବା ସହ କୋଭିଡ୍‍ର ମୁକାବିଲାରେ ଭାରତ
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ ସ୍ତମ୍ଭ ଅତିକ୍ରମ କରିଛି। ଦେଶରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାରକୁ ହ୍ରାସ ପାଇଛି। ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ୩୦ ହଜାରରୁ କମ୍‍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଗତ ମାସେରୁ ଅଧିକ ସମୟ ଧରି ଦୈନିକ ସଂକ୍ରମିତ ସଂଖ୍ୟା ୫୦ ହଜାରରୁ
ନିମ୍ନରେ ରହିଛି। ଦେଶରେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୨୫ ଗୁଣାରୁ ଅଧିକ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୧୫ ହଜାର ଲେଖାଏଁରୁ କମ୍‍ ରହିଛି। ମନ୍ତ୍ରଣାଳୟ କହିଛି, ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି, କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ଭାବେ ପାଳନ, ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କର ଉତ୍ସର୍ଗୀକୃତ ସେବା ଯୋଗୁଁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମନ୍ତ୍ରଣାଳୟ କହିଛି, ମୃତ୍ୟୁହାର ମଧ୍ୟ ୧.୪୫% ରହିଛି। ଗତ ୨୪ ଘଣ୍ଟା ଭିତରେ ୪୧୪ ଜଣ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି।

Comments are closed.