କୋଭିଡ୍‍ ଆରୋଗ୍ୟ ହାର ୯୩.୨୭ ପ୍ରତିଶତକୁ ବୃଦ୍ଧି : ମୋଟ୍‍ ସଂକ୍ରମଣ ୮୮ ଲକ୍ଷ ୪୫

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୩.୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୪୩ ହଜାରରୁ ଅଧିକଲୋକ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି,ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୮୨ ଲକ୍ଷ ୪୯ ହଜାରକୁ ଅତିକ୍ରମ କରିଯାଇଛି। ଚିକିତ୍ସିତ ହେଉଥିବା ସକ୍ରିୟ ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର  ୫. ୨୬ ଭାଗ ରହିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦ ହଜାର ୫୪୮ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମଣ ୮୮ ଲକ୍ଷ ୪୫ ହଜାରକୁ ଟପି ଯାଇଛି। ମନ୍ତ୍ରଣାଳୟ କହିଛି, କୋଭିଡ୍‍ର ମୁକାବିଲା ପାଇଁ ସରକାର ଗ୍ରହଣ କରିଥିବା ନିୟମର ସଠିକ୍‍ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ଦେଶରେ କୋବିଡ୍‍ ମୃତ୍ୟୁହାର
୧.୪୪% ରହିଛି, ଯାହା ବିଶ୍ୱରେ ସବୁଠୁ କମ୍‍। ସେହିପରି ଗତ ୨୪ ଘଣ୍ଟା ଭିତରେ ୪୩୫ ଜଣ ଲୋକଙ୍କ ମୃତ୍ୟୁ ସହ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାର ୭୦ରେ ପହଞ୍ଚିଛି।
ଅନ୍ୟପକ୍ଷରେ ଆଇସିଏମ୍‍ଆରର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୮ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ୍‍ ୧୨ କୋଟି ୫୬ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Comments are closed.