କରୋନା ଅପଡେଟ୍ : ଆରୋଗ୍ୟ ହାର ୪୦.୩୧ %, ମୃତ୍ୟୁ ସଂଖ୍ୟା ୩,୪୩୫

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୪୫,୩୦୦ କରୋନା ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ କୋଭିଡ-୧୯ ଆରୋଗ୍ୟ ହାର ୪୦.୩୧% କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ଭିତରେ ୩, ୦୦୨ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ ୫,୬୦୯ଜଣ ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏଥିସହିତ ମୋଟ୍‍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୧୨,୩୫୯ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟା  ମଧ୍ୟରେ ୧୩୨ଜଣଙ୍କର ମୃତ୍ୟୁ ଘଟିବା ସହିତ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୩,୪୩୫ରେ ପହଞ୍ଚିଛି ।

Comments are closed.