କରୋନା ଆରୋଗ୍ୟ ହାର ୯୫.୪୯ ପ୍ରତିଶତ : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୪୫୭

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ୯୫.୪୯ ପ୍ରତିଶତ ରହିଛି।  ଗତ ୨୪ଘଣ୍ଟା ମଧ୍ୟରେ ୨୩ ହଜାର ୯୦୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୭ ହଜାର ୨୬୨ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମଣ ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୪୫୭ ରହିଛି। ଯାହା ମୋଟ ସଂକ୍ରମଣର ୩.୧୪ % ।

ଅନ୍ୟପକ୍ଷରେ ଗୋଟିଏ ଦିନରେ ୨୭୫ ଜଣଙ୍କ ମୃତ୍ୟୁ ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୦ ହଜାର
୪୪୧ରେ ପହଞ୍ଚିଛି। କରୋନା ମୃତ୍ୟୁ ହାର ୧.୩୭%କୁ ହ୍ରାସ ପାଇଛି।
ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ମୋଟ ୨୩ କୋଟି ୬୪ ଲକ୍ଷ ୩୮ ହଜାର ୮୬୧ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୧୦ଲକ୍ଷ ୨୫ ହଜାର ୬୨୮ଟି ନମୁନା ପରୀକ୍ଷା କରାଯାଇଛି।

Comments are closed.