ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫, ଆଜି ସୁସ୍ଥ ହେଲେ ୨୭୮୭ ଆକ୍ରାନ୍ତ

ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୪୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁଦ୍ଧା ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫ରେ ପହଞ୍ଚିଛି। କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକ ୨୩୦, ପୁରୀ ୧୯୨, ମୟୂରଭଞ୍ଜ ୧୫୩ ଓ ଗଞ୍ଜାମ ୧୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବାଲେଶ୍ବର ୭୮, କେନ୍ଦୁଝର ୭୬, ବରଗଡ଼ ୭୫, ଯାଜପୁର ୬୮, କୋରାପୁଟ ୬୮, ଜଗତସିଂହପୁର ୬୪, ସମବଲପୁର ୬୨, ଭଦ୍ରକ ୫୪, ଝାରସୁଗୁଡ଼ା ୫୦, ନବରଙ୍ଗପୁର ୪୫, ମାଲକାନଗିରି ୪୧, ସୋନପୁର ୩୬, ଢେଙ୍କାନାଳ ୩୫, ବଲାଙ୍ଗିର ୨୮, କନ୍ଧମାଳ ୨୮, ନୂଆପଡ଼ା ୨୫, ସୁନ୍ଦରଗଡ଼ ୨୩, କଳାହାଣ୍ଡି ୧୮, ରାୟଗଡ଼ା ୧୮, ଗଜପତି ୧୭, କେନ୍ଦ୍ରାପଡ଼ା ୧୫, ନୟାଗଡ଼ ୧୨, ଅନୁଗୁଳ ୯ ଓ ବୌଦ୍ଧରୁ ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୧ ହଜାର ୮୫ରେ ପହଞ୍ଚିଛି।

Comments are closed.