କୋଭିଡ-୧୯: ଡିସେମ୍ବର ମାସ ପାଇଁ ନିୟମାବଳୀ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଭିଡ-୧୯ର ନୂଆ ପ୍ରକରଣ ‘ଓମିକ୍ରନ୍‌କୁ ନେଇ ସମଗ୍ର ବିଶ୍ବବାସୀଙ୍କର ଚିନ୍ତା ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କରୋନା ନିୟମାବଳୀ ଜାରି କରିଛନ୍ତି। ଏହି ନିୟମାବଳୀ ୨୦୨୨ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି। ହସ୍ପିଟାଲ, ଆଇସିୟୁ ବେଡର ରୋଗୀ ସଂଖ୍ୟା ଉପରେ ମଧ୍ୟ ନଜର ରଖିବାକୁ କହିଛନ୍ତି।

 

ପାର୍ବଣରେ କୋଭିଡ ଉପରେ ନଜର ରଖିବାକୁ ରଖିବା ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ମେଳା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ତେବେ ଆସନ୍ତା ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ବର୍ତ୍ତମାନ ଭଳି ପ୍ରତିଦିନ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସପ୍ତାହନ୍ତ ସଟ୍‌ଡାଉନ୍‌ ରହିବ ନାହିଁ ବୋଲି ଡିସେମ୍ବର ମାସ ପାଇଁ ଜାରି କରାଯାଇଥିବା ନିୟମାବଳୀରେ ନିର୍ଦେଶ ଦିଆଯାଇଛି।

Comments are closed.