ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ-୧୯ ହସ୍ପିଟାଲ

ପାରଳାଖେମୁଣ୍ଡି: ଗଜପତି ଜିଲାର ପାରଳାଖେମୁଣ୍ଡିଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଭିଡ-୧୯ ହସ୍ପିଟାଲ ଖୋଲାଯାଇଛି। ପାରଳାଖେମୁଣ୍ଡିସ୍ଥିତି ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ହଷ୍ଟେଲ ପରିସର(ଭାରତମାତା)ରେ ୧୧୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ କରାଯାଇଛି। ଗଜପତି ଜିଲାବାସୀଙ୍କ ପାଇଁ ଏହି ହସ୍ପିଟାଲରେ କରୋନା ଚିକିତ୍ସା ଯୋଗାଇ ଦିଆଯିବ। ଜିଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୁବନେଶ୍ବରର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ବାରା ପରିଚାଳିତ ହେବ। ଏଥିପାଇଁ ଓଡ଼ିଶା ହାଇଡ୍ରୋପାୱାର କର୍ପୋରେଶନ ଲିମିଟେଡ(ଓଏଚପିସି) ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ହସ୍ପିଟାଲରେ ୧୦ଟି ଆଇସିୟୁ ଶଯ୍ୟା ରହିଛି।

Comments are closed.