କୋଭିଡ୍‌-୧୯ କଟକଣା : ସିଲଦାହ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ସପ୍ତାହକୁ ଦୁଇ ଦିନ ଚାଲିବ

ଭୁବନେଶ୍ବର : ସମ୍ପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ଦୃଷ୍ଟିରୁ ଯାତ୍ରୀ ସୁରକ୍ଷାକୁ ପ୍ରଧାନ୍ୟ ଦେଇ ରେଳବାଇ ଏହାର ଟ୍ରେନ ଚଳାଚଳ ଅବଧି​ରେ ହ୍ରାସ ଘଟାଇଛି। ଏହି ଅନୁକ୍ରମରେ ସିଲଦାହ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନର ଚଳାଚଳ ଅବଧିରେ ହ୍ରାସ କରାଯାଇଛି। ଏହା ଫଳରେ ପୂର୍ବରୁ ସପ୍ତାହକୁ ତିନି ଚାଲୁଥିବା ସିଲଦାହ-ଭୁବନେଶ୍ବର-ସିଲଦାହ ସ୍ବତନ୍ତ୍ର ଟ୍ରେନ ଏଣିକି ସପ୍ତାହକୁ ଦୁଇ ଦିନ ଚାଲିବ। ଚଳିତମାସ ୧୩ଠାରୁ ୦୨୨୦୧-ସିଲଦାହ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ପ୍ରତି ସୋମବାର ଏବଂ ଶୁକ୍ରବାର ସିଲଦାହ ଛାଡିବ। ସେହିଭଳି ୦୨୨୦୨-ଭୁବନେଶ୍ବର-ସିଲଦାହ ସ୍ବତନ୍ତ୍ର ଟ୍ରେନ ଚଳିତମାସ ୧୪ଠାରୁ ପ୍ରତି ମଙ୍ଗଳବାର ଏବଂ ଶନିବାର ଭୁବନେଶ୍ବରରୁ ଛାଡିବ। ତେବେ ଏହି ଟ୍ରେନର ରହଣି ସ୍ଥଳ ଏବଂ ସମୟସାରଣୀ ପୂର୍ବବତ୍‌ ଅପରିବର୍ତ୍ତିତ ରହିବ।

Comments are closed.