ଗଞ୍ଜାମରେ ଦିଆଯିବ କୋଭିଡ ଟିକା କୋଭାକ୍ସିନ

ଭୁବନେଶ୍ବର: ଏଣିକି ଭୁବନେଶ୍ବର ଭଳି ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯିବ। ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ କୋଭାକ୍ସିନ ଟିକା ଦେବାକୁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଆଜି ଭୁବନେଶ୍ବର ଭଳି ଗଞ୍ଜାମ ଜିଲାରେ କୋଭିଡ ଟିକା କୋଭାକ୍ସିନ ଦିଆଯିବା ନେଇ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି। ପ୍ରଥମ ପାନ ନେଇନଥିବା ୧୮ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଏଥର ଗଞ୍ଜାମ ଜିଲାରେ କୋଭିଡ ଟିକା କୋଭାକ୍ସିନ ଦିଆଯାଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଦ୍ବିତୀୟ ପାନ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Comments are closed.