ମୋହନାରେ ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଶୁଭ ଉଦଘାଟନ

ମୋହନା : ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୪ କୋଟି ୬୩ ଲକ୍ଷ ୨୬ ହଜାର ଟଙ୍କାରେ ନିର୍ମାଣ ହୋଇଥିବା ନୂତନ କୋଠାକୁ ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ଦ୍ଵାରା ଉଦଘାଟନ କରାଯାଇଛି।  ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜିବ କୁମାର ପାଣିଗ୍ରାହୀ ନୂତନ କୋଠାକୁ ଉଦ୍ଘାଟନ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀକୁ ଉନ୍ମୋଚନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ କୋଠାର ସମସ୍ତ ଗୃହକୁ ବୁଲି ଦେଖିଥିଲେ। ତତସହିତ କୋର୍ଟ ପରିସରରେ ଓସ୍ତ ଓ ବର ଚାରା ରୋପଣ କରିଥିଲେ।
samajalive.in
ସଭାଗୃହରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ନିଜ ବକ୍ତବ୍ୟରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ଏବଂ ସେଗୁଡିକର ସମାଧାନ କରିବା, ପ୍ରତିକ୍ଷାଳୟର ଆବଶ୍ୟକତା, ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଆଦି ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୌରା ଜଜ ବିଶ୍ଵଜିତ ଦାଶ, ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ରା. ଉଦୟଗିରି ସବଜଜ ବିଶେଶ୍ୱର ବିଶ୍ୱପ୍ରକାଶ ରାଓ, ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ମୋହନା ଜେଏମଏଫସିର ଭାରପ୍ତାପ୍ତ ବିଚାରପତି ବନିଲ କୁମାର ଖଟେଇ, ଡ଼ିସିପିଓ ଅରୁଣ କୁମାର ତ୍ରିପାଠୀ, ମୋହନା ବ୍ଳକର ଅତିରିକ୍ତ ଦାୟିତ୍ଵରେ ରହିଥିବା ରା.ଉଦୟଗିରି ବିଡ଼ିଓ ପ୍ରଦୀପ ନାୟକ, ତହସିଲଦାର କଲ୍ୟାଣୀ ସଙ୍ଘ ମିତ୍ରା ଦେବୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ନାୟକ, ନବ ନିର୍ବାଚିତ ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ, ସଂପାଦକ ସୁଶାନ୍ତ କୁମାର ମଲ୍ଲିକ, ବରିଷ୍ଠ ଓକିଲ ସୁଦର୍ଶନ ସାହୁ, ସୀମାଞ୍ଚଳ କାର୍ଯୀ,ରାଜେନ୍ଦ୍ର କୁମାର ନାୟକ, ସନ୍ତୋଷ ପାଢୀ, ଜିତେନ୍ଦ୍ର କୁମାର ରଥ, ପଦ୍ମନାଭ ପତି, ବିଳାସ ନାୟକ, ପ୍ରଭାତ ପାତ୍ର, ଜନାଥମ ଲିମା, ଭାସ୍କର ନାୟକ, ନରେଶ ବିସ୍ତ୍ରରାୟ, ହନି ବିଷୋୟୀ, ସରକାରୀ ଓକିଲ ବୈଦ୍ୟନାଥ ସିଂହ, ସାମ୍ବାଦିକ ବନ୍ଧୁଙ୍କ ସମେତ କୋର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ। ଶେଷରେ ମୋହନା ଶିଶୁ ମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା ।

Comments are closed.