ଦମ୍ପତିଙ୍କୁ ଛୁଇଁଲାଣି ବୟସ ୭୦, ତଥାପି ପାଇ ପାରୁ ନାହାଁନ୍ତି ବାର୍ଦ୍ଧକ୍ୟ ଭତ୍ତା

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲ୍ଲା ଗ୍ରାମର ୬ ନମ୍ବର ୱାର୍ଡରେ ବସବାସ କରୁଥିବା ଦେବରାଜ ନାୟକ( ୭୦) ଓ ତାଙ୍କ ପତ୍ନୀ ତୁଳସୀ ନାୟକଙ୍କୁ( ୬୭)ବର୍ଷ ହୋଇଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ ହୋଇଥିବାର ଜଣାପଡିଛି। ସେମାନେ ଆଦିବାସୀ ସଂପ୍ରଦାୟ ଲୋକ ହୋଇଥିବାରୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ପରିବାରକୁ କୌଣସି ପ୍ରକାର ନିଜ ପରିବାରର ଚଳାଇ ଆସୁଛନ୍ତି। ସେମାନେ ବର୍ତ୍ତମାନ ବାର୍ଦ୍ଧକ୍ୟ ଉପନୀତ ହୋଇଥିବା ଯୋଗୁଁ ଆଉ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ତେଣୁ ସେମାନେ ଭତା ପାଇବା ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ପାଇଁ ରାଜନୈତିକ ସୁପାରିଶ ନଥିବା ଯୋଗୁ ଏବଂ ବ୍ଳକରେ ଦଲାଲଙ୍କ ପ୍ରାଦୁର୍ଭାବ ଫଳରେ ସେମାନେ ଭତା ନପାଇ ମୁଣ୍ଡରେ ହାତଦେଇ ବସିଛନ୍ତି। ସେମାନେ ଗୁହାରି କଲେ ମଧ୍ୟ କେହି ତାଙ୍କ କଥା କେହି କର୍ଣ୍ଣପାତ କରୁ ନାହାନ୍ତି ଫଳରେ ଶରୀରରେ କାମ କରିବାର ସାମର୍ଥ୍ୟ ନଥିବାରୁ ସେମାନେ ଏବେ ଅର୍ଦ୍ଧାଆହାରରେ ସମୟ ଅତିବାହିତ କରୁଛନ୍ତି। ଭତ୍ତା ନ ପାଇବା ସମ୍ପର୍କରେ ସେମାନେ ଶାସକ ଦଳକୁ ସମର୍ଥନ କଲେ ଭତା କରିଦିଆଯିବ ବୋଲି  ଗ୍ରାମର ଜନୈକ ନେତା ସେମାନଙ୍କୁ କହିଥିବାର ସେମାନେ ପ୍ରକାଶ କରିଛନ୍ତି।

Comments are closed.