ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହଖଣ୍ଡ ପଞ୍ଚlୟତର ଗଡ଼ିଆଯୋର ଗାଁର ନୀଳକଣ୍ଠ କଟା ଓ ସ୍ତ୍ରୀ ଶାନ୍ତି କଟାଙ୍କ ମୃତ ଦେହ ଏକ ଶଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଗତକାଲି ଦିନ ୧୧ ଟା ସମୟରେ ଭାଲୁମୁଣ୍ଡା ଗାଁକୁ ବ୍ୟାଙ୍କ କାମ ଥିବା କହି ନୀଳକଣ୍ଠ ଘରୁ ବାହାରିଥିଲେ l କିନ୍ତୁ ଆଉ ଘରକୁ ଫେରିନଥିଲେ l ଏକ ଶାଗୁଆନ ଗଛରେ ସ୍ତ୍ରୀର ଶାଢୀରେ ଦୁହେଁ ଝୁଲନ୍ତା ଅବସ୍ଥାରେ ଥିବା କୌଣସି ସୂତ୍ରରୁ ଖବର ପାଇ ତୁରେକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା l ଉଭୟେ ନୀଳକଣ୍ଠ ଓ ଶାନ୍ତି ଗତ ତିନି ବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ବର୍ଷର ଗୋଟିଏ ପୁତ୍ର ସନ୍ତାନ ଅଛି lଏବେ ମା ଓ ବାପାଙ୍କ ମୃତ୍ୟୁ ପରେ ଏକ ବର୍ଷର ପୁଅ ବେସହାରା ହୋଇଥିବା ବେଳେ କଣ ପାଇଁ ଓ କାହିଁକି ଏକ ସାଗୁଆନ ଗଛରେ ଦୁହିଁଙ୍କ ଝୁଲନ୍ତା ମୃତ ଦେହ ମିଳିଛି l ତାହା ଜଣା ପଡ଼ିନାହିଁ l ନୀଳକଣ୍ଠଙ୍କ ବାପା ଖୀରସିନ୍ଧୁ କଟା ଉଭୟଙ୍କ ମଧ୍ୟମରେ କିଛି କଥା କୁ ନେଇ ବଚସା ହୋଇଥିଲା ଓ ଦୁହେଁ ଆତ୍ମହତ୍ୟା କରିଥିବା କହିଛନ୍ତି l ସେପଟେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l

Comments are closed.