ଦେଶୀମଦ ରନ୍ଧା ଚଢ଼ାଉ ବେଳେ ପୁଲିସ ଉପରକୁ ଆକ୍ରମଣ

ମୋହନା : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ତୁବୁରୁଵା, ମହେନ୍ଦ୍ରଗଡ଼, ଛେଳିଗଡ଼ ଏବଂ ଡେରା ସାହିରେ ରା.ଉଦୟଗିରି ଅବକାରୀ, ପୁଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ ହୋଇଛି l ତୁବୁରୁବା ଗ୍ରାମରେ ଅବକାରୀ ଓ ପୁଲିସ ଉପରେ  କିଛି ମଦ ମାଫିଆ ସମେତ ଗ୍ରାମବାସୀ ଆକ୍ରମଣ କରିଛନ୍ତି l ଏହି ଚଢ଼ାଉକୁ ବିରୋଧ କରି ପ୍ରାୟ ଏକାଧିକ ଲୋକ ଠେଙ୍ଗା, ପଥର ଧରି ପୁଲିସ ଏବଂ ଅବକାରୀ ବିଭାଗ ଉପରେ ଆକ୍ରମଣ କରିବା ପାଇଁ ଆସିବା ବେଳେ ଅବକାରୀ ବିଭାଗ ଅଧିକାରୀ ମାନେ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି l କିଛି ସମୟ ବୁଝାସୁଝା କରି ଫେରିବା ବେଳେ ଗ୍ରାମବାସୀ ଅଧରାସ୍ତାରେ ଗାଡି ଉପରକୁ ପଥର ମାଡ କରିଥିଲେ। ଏହି ଆକ୍ରମଣରେ କାହାରି କିଛି କ୍ଷତି ହୋଇନଥିବା ରା.ଉଦୟଗିରି ଅବକାରୀ ଅଧିକାରୀ ବିଘ୍ନରାଜ ଦାମୀ ସୂଚନା ଦେଇଛନ୍ତି l

Comments are closed.