ଡ୍ରାଇଭର ମହାସଂଘର ପ୍ରସ୍ତୁତି ବୈଠକ

ଆଠଗଡ : ଆଠଗଡ ଡ୍ରାଇଭର ମହାସଂଘ ପକ୍ଷରୁ ଆଗାମୀ ମାର୍ଚ୍ଚ ୧୫ତାରିଖରେ ହେବାକୁ ଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ମେଘାର ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକିଆସାହି, ମେଘା, କନ୍ଦରପୁର ଓ ରାଜନଗର ପଞ୍ଚାୟତର ଡ୍ରାଇଭର ମହାସଂଘର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଏଥିରେ ଡ୍ରାଇଭର ମହାସଂଘର ସହ ସଂପାଦକ ରମାକାନ୍ତ ସେଠୀ, କୋଷାଧ୍ୟକ୍ଷ ରବିନ୍ଦ୍ରନାଥ ସାହୁ, ସଭ୍ୟ କରୁଣାକର ରାଉତ, ଶିଶିର ସ୍ୱାଇଁ, ଅନିଲ ପ୍ରଧାନ ଓ ଚିତ୍ତ ବେହେରା ପ୍ରମୁଖ ଯୋଗଦେଇ ଆଗାମୀ ମାର୍ଚ୍ଚ ୧୫ତାରିଖରେ ରାଜ୍ୟ ଡ୍ରାଇଭର ମହାସଂଘର ଡାକରାରେ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

Comments are closed.