ବେଆଇନ ଗଚ୍ଛିତ କଫ୍‌ ସିରପ ଜବତ, ଜଣେ ଅଟକ

ଜୟପୁର: ବେଆଇନ କଫ୍‌ ସିରପ ଗଚ୍ଛିତ ଅଭିଯୋଗରେ ବୁଧବାର କୋରାପୁଟ ଜିଲା ଜୟପୁର ସହରର ଲିଙ୍ଗରାଜ ନଗର ସ୍ଥିତ ଏକ ଘରେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଚଢାଉ କରିଛି। ଏହି ଚଢାଉରେ ପ୍ରାୟ ହଜାର ବୋତଲ ହୋମିଓପାଥି କଫ୍‌ ସିରପ ଜବତ କରିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାସ୍ଥଳରେ ସଦର ଥାନା ଅଧିକାରୀଙ୍କ ସମେତ ଟାଉନ ପୁଲିସ ଓ ସଦର ପୁଲିସ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଜିଲାର ସୁନାବେଡ଼ା ଅଞ୍ଚଳରେ ବିପୁଳ ପରିମାଣର କୋରେକ୍ସ ଜବତ ହୋଇଥିଲା, ଯାହାକି ଜୟପୁରରେ ବିକ୍ରି କରାଯାଇଥିଲା। ସୂଚନା ମିଳିବା ପରଠାରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

Comments are closed.