ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରିତ କୁଟୀର ଶିଳ୍ପ ତାଲିମ ଶିବିର

ବୌଦ୍ଧ : ମଥୁରା ପଂଚାୟତ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଠାରେ ପଞ୍ଚଗବ୍ୟ ଚିକିତ୍ସା ଓ ଗୋ ଆଧାରିତ କୁଟୀର ଶିଳ୍ପ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଏଥିରେ ଅଧକ୍ଷତା କରିଥିଲା ବେଳେ ସମ୍ପାଦକ କୃତ୍ତିବାସ ପଲିଆ ସଭା ପରିଚାଳନା କରିଥିଲେ । ଉଦଘାଟକ ଭାବେ ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର ମୁଖ୍ୟ ଅତିଥି ଭାବେ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ ଓଡିଶାର ଅଧକ୍ଷ ତଥା ପଞ୍ଚଗବ୍ୟ ସିଦ୍ଧ ଡାକ୍ତର ନିରାକାର ବେହେରା, ମୁଖ୍ୟବକ୍ତା ଭାବେ, ହେଲ୍ପ ଲେଶ ୱେମେନ ଓ ଚାଇଲଡ ଚାରିଟେବୁଲ ସୋସାଇଟି (ଏନଜିଓ)ର ଅଧକ୍ଷ ଭବାନୀ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପଂଚାୟତ ଅଧିକାରୀ ଶରତ କୁମାର ପାତ୍ର, ବିଶିଷ୍ଟ ପାଲାକାର ବାଞ୍ଛାନିଧ ପ୍ରଧାନ, ମଞ୍ଚକଳା ନିର୍ଦ୍ଧେଶକ କାବୁ ବୋଷ, ନ୍ୟୁଟ୍ରାନିଷ୍ଟ ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ଓ ଚିକିତ୍ସା ଶିବିର ଓ କୁଟୀର ଶିଳ୍ପରେ ବିଭିନ୍ନ ଅଂଚଳରୁ ଭାଗ ନେଇଥିଲେ। ବିଭିନ୍ନ କାର୍ୟ୍ୟକ୍ରମରେ ଜ୍ୟୋତିରଞ୍ଜନ ପ୍ରଧାନ, ବିଜୟ ପାତ୍ର, ନନ୍ଦନ ଚୌଧୁରୀ, ବିଶ୍ୱେଶ୍ୱର ପ୍ରଧାନ, ମାନଭଞ୍ଜନ ପାତ୍ର, ତପସ୍ୱିନୀ ପଲିଆ, ଟୁକୁନା ପଲିଆ, ଭାଗ୍ୟଧର ମହାକୁଡ଼ ପ୍ରମୁଖ ସହଯୋଗ କରିଥିଲେ।

Comments are closed.