ବ୍ଲକ ଭିତରେ ବି ଦୁର୍ନୀତି – ଉନ୍ନୟନ ବିଭାଗ ଛାତରୁ ଖସିଲା ପ୍ଲାଷ୍ଟର

ମୁରିବାହଲ: ମୁରିବାହାଲ ବ୍ଲକ ଭିତରେ ନିର୍ମିତ ହୋଇଥିବା ଉନ୍ନୟନ ବିଭାଗର କୋଠା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସେହି ବିଭାଗର କୋଠାରୁ ବଡ ଖଣ୍ଡ ପ୍ଲାଷ୍ଟର ଖସି ପଡି ଅଳ୍ପକେ ବହୁ ଯନ୍ତ୍ରି ଠିକାଦାର ଓ ହିତାଧିକାରି ବର୍ତି ଯାଇଥିବା ଜଣାପଡିଛି। ସେହି କୋଠା କାମଟି ତତ୍କାଳିନ ମୁରିବାହାଲ ସଦର ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରି ଓ ପିଇଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିନି ବର୍ଷ ତଳେ ଅତିନିମ୍ନ ମାନର ସିମେଂଟ ଓ ଛଡ ବ୍ୟବହାର କରି ତିଆରି କରାଯାଇଥିବା ଅଭିଯୋଗ ହୋଇଛି।

ଏହିବ୍ଲକ ଅଚଂଲରେ ହୋଇଥିବା ସମସ୍ତ ଉନ୍ନୟନ ମୂଳକ କାମ ଉଚ୍ଚସ୍ତରିୟ ତଦନ୍ତ କରାଗଲେ ଏହି ସମସ୍ତ କାମରେ ଦୁର୍ନିତି ହୋଇଥିବା ନିଶ୍ଚିତ ଭାବରେ ଲୋକ ଲୋଚନକୁ ଆସିବ ବୋଲି ଅଚଂଳର ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି।

Comments are closed.